ସିଣ୍ଢୋଲ ପ୍ରକଳ୍ପ: ଜଳ ଘରୋଇକରଣ ପାଇଁ ଚକ୍ରାନ୍ତ
ଯଦି ସରକାର ସ୍ୱଚ୍ଛତାରେ ବିଶ୍ୱାସ କରୁଥାନ୍ତେ, ତା’ହେଲେ ପ୍ରଥମେ ପ୍ରକଳ୍ପର ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଥୋଇଥାନ୍ତେ ଏବଂ ଗ୍ରାମସଭାରୁ ନେଇ ଉପରସ୍ତର ପର୍ଯ୍ୟନ୍ତ ଆଲୋଚନା କରି ରାଜିନାମା ସ୍ୱାକ୍ଷର କରିଥାନ୍ତେ।ରଞ୍ଜନ ପଣ୍ଡା,ସାମାଜିକ କର୍ମୀ ଓ ପରିବେଶବିତ୍ | Issue Dated: ସେପ୍ଟେମ୍ବର 22, 2011
ଆମ ସରକାରଙ୍କୁ ଏବେ ବିଦୁୟତ ଉତ୍ପାଦନର ଚସକା ଜୋରରେ ଲାଗିଛି। ମୁଖ୍ୟତଃ କୋଇଲା ଖଣି, ପାଣି ଓ ସରକାରୀ ସ୍ତରରେ ଇଚ୍ଛାଶକ୍ତି ଥିଲେ ଯାଇ କୌଣସି ରାଜ୍ୟ ବିଦୁୟତ ଉତ୍ପାଦନ ପାଇଁ ଏତେ ଉଗ୍ର ରୂପରେ ପଦକ୍ଷେପ ନେଇପାରେ। କୁହାଯାଏ, ଆମ ରାଜ୍ୟରେ ସେ ସବୁ ଭରପୁର ଗଚ୍ଛିତ ଅଛି। ବର୍ତ୍ତମାନ ଯେଭଳି ଭାବରେ ଆର୍ଥିକ ବିକାଶ ଆଉ ତା’ ସହିତ ତାଳଦେଇ ସହରୀକରଣ ବିସ୍ତାରିତ ହେଉଛି, ଆମ ସରକାରଙ୍କ ପାଖରେ ଭଲ ସୁଯୋଗ ଜୁଟିଯାଇଛି ରାଜ୍ୟ ପାଣି, ପରିବେଶ ଓ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେବଳ ଶିଳ୍ପ, ଅନ୍ୟରାଜ୍ୟ ଓ ସହରାଞ୍ଚଳ ପାଇଁ ବିଦ୍ୟୁତ ଉତ୍ପାଦନ କରିବେ ଆଉ ବିକିବେ। ସିଣ୍ଢୋଲ ପ୍ରକଳ୍ପ ଏହାର ସଦ୍ୟତମ ଉଦାହରଣ।
ହୀରାକୁଦ ନଦୀବନ୍ଧର ବିଭୀଷିକା ଏବେଯାଏଁ ଆମେ ଭୋଗୁଛୁ। ସେଇଥିପାଇଁ ଯେହେତୁ ସିଣ୍ଢୋଲ ପ୍ରକଳ୍ପ ପ୍ରସ୍ତାବ ସରକାର ଆଣିଛନ୍ତି। ଏ ଅଞ୍ଚଳର ଲୋକେ ତା’ର ଦୃଢ ବିରୋଧ କରିଛନ୍ତି। ଏଥରର ବିରୋଧ କିନ୍ତୁ ଆଗ
ଅପେକ୍ଷା ଅଲଗା। ଏବେ କେବଳ ବିସ୍ଥାପନର ସମସ୍ୟାକୁ ଦେଖିଲେ ଚଳିବନି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟାନ୍ୟ ବହୁ କାରଣ ପାଇଁ ଏ ପ୍ରକଳ୍ପ ଏକ ଅବାସ୍ତବ କଳ୍ପନା ବୋଲି କୁହାଯାଇପାରିବ। ସବୁରି ମୂଳରେ ରହିଛି ପାଣି ଏବଂ ନଦୀର ଜୀବନ। ଯଦିଓ ସରକାରୀ ଯନ୍ତ୍ରୀ ଓ ମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଯେ ମହାନଦୀରେ ଢେର ପାଣି ଅଛି ଏବଂ ଦ୍ରୁତ ଶିଳ୍ପାୟନ ଦ୍ୱାରା ୟା' ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ। ଏହା ଡାହା ମିଛ। ବିଗତ ବର୍ଷମାନଙ୍କର ତଥ୍ୟକୁ ବିଶ୍ଳେଷଣ କଲେ ଜାଣିହେବ ଯେ ମହାନଦୀରେ ଯଦିଓ ବର୍ଷ।ଦିନେ ବନ୍ୟାଜଳ ବହୁଥିବାରୁ ଆମକୁ ଜଣାପଡ଼େ ଏ ନଦୀରେ ପାଣି ବହୁତ। ବର୍ଷ। ମାସକୁ ଛାଡିଦେଲେ ବାକି ସବୁ ମାସରେ ନଦୀଟି ପ୍ରାୟ ସମସ୍ତ ଜାଗାରେ ଶୁଖିଲା ଥାଏ। ନଦୀର ଏହି ମୁମୂର୍ଷୁ ଅବସ୍ଥା ପାଇଁ ହୀରାକୁଦ ନଦୀବନ୍ଧ ମୁଖ୍ୟତଃ ଦାୟୀ। ବିଶ୍ୱର ସବୁ ଜାଗାରେ ନଦୀବନ୍ଧ ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଛି। ହୀରାକୁଦ ତା’ର ମୂଳଉଦ୍ଦେଶ୍ୟ (ବନ୍ୟା ନିୟନ୍ତ୍ରଣରେ) ସାଧନରେ ପ୍ରାୟତଃ ଅସଫଳ ହୋଇଛି ତା’ ନୁହେଁ, ମହାନଦୀର ଏହି ଆସନ୍ନ ମୃତ୍ୟୁ ପାଇଁ ମଧ୍ୟ ଏହାର ମୂଖ୍ୟ ଭୂମିକା ରହିଛି।
ଅପେକ୍ଷା ଅଲଗା। ଏବେ କେବଳ ବିସ୍ଥାପନର ସମସ୍ୟାକୁ ଦେଖିଲେ ଚଳିବନି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟାନ୍ୟ ବହୁ କାରଣ ପାଇଁ ଏ ପ୍ରକଳ୍ପ ଏକ ଅବାସ୍ତବ କଳ୍ପନା ବୋଲି କୁହାଯାଇପାରିବ। ସବୁରି ମୂଳରେ ରହିଛି ପାଣି ଏବଂ ନଦୀର ଜୀବନ। ଯଦିଓ ସରକାରୀ ଯନ୍ତ୍ରୀ ଓ ମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଯେ ମହାନଦୀରେ ଢେର ପାଣି ଅଛି ଏବଂ ଦ୍ରୁତ ଶିଳ୍ପାୟନ ଦ୍ୱାରା ୟା' ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ। ଏହା ଡାହା ମିଛ। ବିଗତ ବର୍ଷମାନଙ୍କର ତଥ୍ୟକୁ ବିଶ୍ଳେଷଣ କଲେ ଜାଣିହେବ ଯେ ମହାନଦୀରେ ଯଦିଓ ବର୍ଷ।ଦିନେ ବନ୍ୟାଜଳ ବହୁଥିବାରୁ ଆମକୁ ଜଣାପଡ଼େ ଏ ନଦୀରେ ପାଣି ବହୁତ। ବର୍ଷ। ମାସକୁ ଛାଡିଦେଲେ ବାକି ସବୁ ମାସରେ ନଦୀଟି ପ୍ରାୟ ସମସ୍ତ ଜାଗାରେ ଶୁଖିଲା ଥାଏ। ନଦୀର ଏହି ମୁମୂର୍ଷୁ ଅବସ୍ଥା ପାଇଁ ହୀରାକୁଦ ନଦୀବନ୍ଧ ମୁଖ୍ୟତଃ ଦାୟୀ। ବିଶ୍ୱର ସବୁ ଜାଗାରେ ନଦୀବନ୍ଧ ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଛି। ହୀରାକୁଦ ତା’ର ମୂଳଉଦ୍ଦେଶ୍ୟ (ବନ୍ୟା ନିୟନ୍ତ୍ରଣରେ) ସାଧନରେ ପ୍ରାୟତଃ ଅସଫଳ ହୋଇଛି ତା’ ନୁହେଁ, ମହାନଦୀର ଏହି ଆସନ୍ନ ମୃତ୍ୟୁ ପାଇଁ ମଧ୍ୟ ଏହାର ମୂଖ୍ୟ ଭୂମିକା ରହିଛି।
ବର୍ଷ। କମିଯିବା ସହିତ, ଉପର ମୁଣ୍ଡରେ ଛତିଶଗଡ଼ ଦ୍ୱାରା ଅନେକ କଳକାରଖାନାକୁ ପାଣି ଦେବା ଏବଂ ଚେକ୍ ଡ୍ୟାମ ନିର୍ମ।ଣ ଦ୍ୱାରା ନଦୀର ସୁଅ କମିବାରେ ଲାଗିଛି। ହୀରାକୁଦ ତଥା ଏହାର ଉପନଦୀମାନଙ୍କୁ ଓଡ଼ିଶା ସରକାର ମଧ୍ୟ ଅନେକ କଳାକାରଖାନାଙ୍କୁ ଅନ୍ଧାଧୁନ ପାଣି ଦେଉଛନ୍ତି। ଏସବୁର ପ୍ରଭାବ ହୀରାକୁଦ ଜଳଭଣ୍ଡାରର ଜଳଧାରଣ ଓ ବିଜୁଳି ଉତ୍ପାଦନ କ୍ଷମତା ଉପରେ ପଡ଼ିଛି। ଗତ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ଧରି ଏହି କ୍ଷମତା ଦ୍ରୁତଗତିରେ ହ୍ରାସ ପାଉଛି। ଏଥିପାଇଁ ଚିପିଲିମା ଠାରେ ଆଉ ବିଦ୍ୟୁତ ଉତ୍ପାଦନ ହେଉନି କହିଲେ ଚଳେ। କଳକାରଖାନା ଓ ସହରୀକରଣ ପ୍ରଦୂଷଣ ଭାର ମଧ୍ୟ ସିଧାସଳଖ ମହାନଦୀ ଜଳ ଉପରେ ସଙ୍କଟ ହୋଇ ଛିଡ଼ା ହୋଇଛି। ନଦୀକୁ ବଞ୍ଚି ରହିବା ପାଇଁ ଯେତେ ପାଣି ଦରକାର ଏବଂ ଏହାକୁ ତଥା ୟା' ଉପରେ ନିର୍ଭର କରୁଥିବା ପରିବେଶର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଯେଉ ପ୍ରାକୃତିକ ବ୍ୟବସ୍ଥା କାଏମ ରହିବା କଥା, ତାହା ଆଜି ସଙ୍କଟାପନ୍ନ। ପୁଣି ଜଳବାୟୁ ପରିବର୍ତ୍ତନ ପାଇଁ ନଦୀରେ ପାଣି କମି କମି ଆସୁଛି ବୋଲି ମଧ୍ୟ ଗବେଷଣାରୁ ଜଣାପଡିଲାଣି। ପ୍ରଶ୍ନ ହେଲା, ଏତେ ସବୁ ସମସ୍ୟାକୁ ନଜର ଅନ୍ଦାଜ କରି ସରକାର କ’ଣ ପାଇଁ ସିଣ୍ଢୋଲ ପ୍ରକଳ୍ପ ଲାଗି ଏତେ ତତ୍ପର?
ଏ ପ୍ରଶ୍ନର ଉତ୍ତର ସରକାର ନଦେଲେ ମଧ୍ୟ, ତାଙ୍କର କାର୍ଯ୍ୟଶୈଳୀ ଏବଂ ମନ୍ତ୍ରୀମାନଙ୍କ ବୟାନବାଜିରୁ ଜଣାପଡ଼ୁଛି ଯେ ଏହି ପ୍ରକଳ୍ପ ଜଳବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ତାପଜ ବିଦ୍ୟୁତ ପ୍ରକଳ୍ପ ସବୁକୁ ଜଳ ଶସ୍ତାରେ ଯୋଗାଇବାର ଏକ ଚକ୍ରାନ୍ତ। ଆମ ସରକାର କୋଇଲା ଜାଳି ପ୍ରାୟ 58,000 ମେଗାୱାଟ୍ ତାପଜ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି। ଏହି ସବୁ ବିଦ୍ୟୁତ ପ୍ରକଳ୍ପ ପାଇଁ ପ୍ରଚୁର ପରିମାଣରେ ଜଳ ଦରକାର। ହୀରାକୁଦ ଜଳକୁ କାରଖାନାମାନଙ୍କୁ ଦିଆଯାଉଥିବାରୁ ଯେଉ ବିରାଟ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଲା ସେଥିରୁ ସରକାର ଭଲ ଶିକ୍ଷା ପାଇ ସାରିଛନ୍ତି। ସେ ଜାଣିଛନ୍ତି ଯେ ଏପରି ଆନ୍ଦୋଳନର ଏହା ଆରମ୍ଭ ମାତ୍ର। ଆଗକୁ ଖଣି, କଳକାରଖାନା ଓ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଯେତେ ପାଣି ଦରକାର ସେସବୁ ଦେବା ପାଇଁ ଚାଷ ଓ ପାନୀୟ ଜଳ ଯୋଗାଣ ଲାଗି ଉର୍ଦ୍ଦିଷ୍ଟ ଜଳରୁ ଜୋର ଜବରଦସ୍ତ ଛଡେଇ ଆଣିବାକୁ ପଡ଼ିବ ଏବଂ ଏଥିପାଇଁ ଜନ ଆନ୍ଦୋଳନ ଆହୁରି ଜୋର ଧରିବ। ତେଣୁ ମୁଳୁ ମାରିଲେ ଯିବ ସରି ନୀତିରେ ଯେଉ ପ୍ରକଳ୍ପକୁ ଆଉ ବିଚାରକୁ ନିଆଯାଉନାହିଁ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇସାରିଥିଲେ ତାକୁ ପୁଣି ଉଜ୍ଜୀବିତ କରାଗଲାଣି। ତାହା ପୁଣି ଏମିତି ସମୟରେ ଯେବେ ମହାନଦୀ ପାଣିକୁ ନେଇ ଉପର ମୁଣ୍ଡରୁ ତଳ ମୁଣ୍ଡଯାଏଁ ଅନେକ ଆନ୍ଦୋଳନ ଛିଡା ହେଲାଣି।
ଯଦି ସରକାର ସ୍ୱଚ୍ଛତାରେ ବିଶ୍ୱାସ କରୁଥାନ୍ତି, ତା’ହେଲେ ସେ ସର୍ବପ୍ରଥମେ ଏହି ପ୍ରକଳ୍ପର ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଥୋଇଥାନ୍ତେ ଏବଂ ଗ୍ରାମ ସଭାରୁ ନେଇ ଉପରସ୍ତର ପର୍ଯ୍ୟନ୍ତ ଆଲୋଚନା ପର୍ଯ୍ୟ।ଲୋଚନା କରି ପ୍ରକଳ୍ପ ରାଜିନାମା ସ୍ୱାକ୍ଷର କରିଥାନ୍ତେ। ମହାନଦୀର ପାଣି ଓ ପରିବେଶ ଉପରେ ଏକ ସଂପୂର୍ଣ୍ଣ ଗବେଷଣା କରି ଏହାର ଜଳଧାରଣର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ସମସ୍ତ ପ୍ରକାର ଅନୁଧ୍ୟାନ କଲା ପରେ ଏହି ପ୍ରକଳ୍ପ କଥା ଚିନ୍ତା କରିଥାନ୍ତେ। ଏବେ କେବଳ ଗୋଟିଏ କଥା ଶୁଣିବାକୁ ମିଳୁଛି, ଏ ପ୍ରକଳ୍ପରେ ପୂର୍ବ ପ୍ରକଳ୍ପ ଅପେକ୍ଷା କମ୍ କ୍ଷୟକ୍ଷତି ହେବ। ସେ ସବୁର ସତ୍ୟତା ନାହିଁ, କାହିଁକି ନା ସିଣ୍ଢୋଲ ଏକ ବୃହତ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ପୁରୁଣା ବୈଷୟିକ ଢାଞ୍ଚାରେ ଯଦି ବ୍ୟାରେଜର ଉଚ୍ଚତା କମିଯିବ ତାହେଲେ ପ୍ରକଳ୍ପର ଜଳବିଦୁୟତ ଉତ୍ପାଦନ କ୍ଷମତା ଢେର କମିଯିବ। ଏଥିରୁ ସହଜରେ ଅନୁମେୟ ସିଣ୍ଢୋଲ ଏକ ‘ଜଳାଶୟ' ପ୍ରକଳ୍ପ ମାତ୍ର। ଯାହା ଜଳ ଘରୋଇକରଣର ଏକ ସୁଚିନ୍ତିତ ଚକ୍ରାନ୍ତକୁ ସାକାର କରିବ।
(ଉକ୍ତସ୍ତମ୍ଭରେ ପ୍ରକାଶିତ ମତ ଲେଖକଙ୍କର ନିଜସ୍ୱ)
Source: http://thesundayindian.com/or/story/%E0%AC%B8%E0%AC%BF%E0%AC%A3%E0%AD%8D%E0%AC%A2%E0%AD%8B%E0%AC%B2-%E0%AC%AA%E0%AD%8D%E0%AC%B0%E0%AC%95%E0%AC%B3%E0%AD%8D%E0%AC%AA-%EF%BF%BD%EF%BF%BD%E0%AC%B3-%EF%BF%BD%EF%BF%BD%E0%AC%B0%E0%AD%8B%E0%AC%87%E0%AC%95%E0%AC%B0%E0%AC%A3-%E0%AC%AA%E0%AC%BE%E0%AC%87%E0%AC%81-%E0%AC%9A%E0%AC%95%E0%AD%8D%E0%AC%B0%E0%AC%BE%E0%AC%A8%E0%AD%8D%E0%AC%A4/7/1063/
No comments:
Post a Comment